ସବୁଜ ସୁନ୍ଦର ଏଇ ମାଟିମାଆ
କୋଳରେ ଆମ ଜନମ ;
ସବୁଠୁଁ ଅଧିକ
ଜରୁରୀ ଚିଜ
ଜଳ ହିଁ ଆମ ଜୀବନ ll 1 ll
ତା ବିହୁନେ ପରା ଏଇ ଧରା ଧାମ
ନିମିଷକେ ହେବ ଧ୍ବଂସ,
ଜଳ ବହୁଳରେ ଅକାରଣେ ଆହା
ସବୁରି ଜୀବନ ନାଶ ll 2 ll
କେବେ ଆସେ ଧରି କରାଳର ରୂପ
ସୃଷ୍ଟିକୁ ବିନାଶ କରି;
ଅବା କେବେ ଆସେ ଜୀବରକ୍ଷା ପାଇଁ
ଢ଼ାଳି ସୁଶୀତଳ ବାରି ll 3 ll
ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁ ରଚିଛି
ଜଳଚର ଜୀବ ପାଇଁ;
କେବେ ତୃଷାର୍ତ୍ତର ତୃଷ୍ଣା ମେଣ୍ଟାଇଛି
ମଧୁର ଆସ୍ବାଦ
ନେଇ ll 4 ll
ପ୍ରକୃତିର ଏକ ଅସରନ୍ତି ଦାନ
ଅମୂଲ୍ୟ ସମ୍ପଦ
ହୋଇ ;
ଜୀେବୋଦ୍ଧାରେ ସେବି ନିତ୍ଯ ନିରନ୍ତର
ଅମୃତ ପ୍ରାୟେ ପ୍ରବାହି ll 5 ll
ଅଶୋକ କୁମାର ପ୍ରଧାନ
ତର୍କାବେଡା, ହିନ୍ଦୋଳ
ଢେଙ୍କାନାଳ
ମୋ :9556666355


0 Comments